ସମ୍ୱିତ ପାତ୍ରଙ୍କୁ ନେଇ ଏ କ'ଣ କହିଗଲେ କଂଗ୍ରେସ ପ୍ରବକ୍ତା
Advertisement
trendingNow1769699

ସମ୍ୱିତ ପାତ୍ରଙ୍କୁ ନେଇ ଏ କ'ଣ କହିଗଲେ କଂଗ୍ରେସ ପ୍ରବକ୍ତା

ଏକ ଜାତୀୟ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲର ଏକ ଲାଇଭ୍ ବିତର୍କ ଶୋ'ରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର (bjp Spokesperson sambit patra) ଓ କଂଗ୍ରେସ ମୁଖପାତ୍ର ରାଗିଣୀ ନାୟକ (congress Spokesperson ragini nayak) ମଧ୍ୟରେ ଜୋରଦାର ବିତର୍କ ହୋଇଯାଇଛି ।

ସମ୍ୱିତ ପାତ୍ରଙ୍କୁ ନେଇ ଏ କ'ଣ କହିଗଲେ କଂଗ୍ରେସ ପ୍ରବକ୍ତା

ନୂଆଦିଲ୍ଲୀ: ନ୍ୟୁଜ୍ ଚ୍ୟାନେଲଗୁଡିକର ଡିବେଟ ପ୍ରୋଗ୍ରାମଗୁଡିକ ଅଧିକ ପସନ୍ଦ କରାଯାଏ । ବୋଧହୁଏ ସେଥିପାଇଁ ପ୍ରାୟ ପ୍ରତ୍ୟେକ ଚ୍ୟାନେଲରେ ନିଶ୍ଚିତ ଭାବରେ ଏହିପରି ବିତର୍କ ଶୋ'ର ଆବଶ୍ୟକତା ହୋଇଥାଏ । ଅନେକ ଥର ଏହି ଡେବିଟ୍ ଶୋ' ଚ୍ୟାନେଲର ଟିଆରପି ବୃଦ୍ଧିରେ ସହାୟକ ହୁଏ । ତେବେ ଏହି ଡେବିଟ୍ ଶୋ' ମଧ୍ୟ ଚ୍ୟାନେଲର ସମାଲୋଚନାର କାରଣ ପାଲଟି ଥାଏ । ସମାଲୋଚନାର କାରଣ ମଧ୍ୟରେ ସମସ୍ତ କାରଣ ସହିତ ଏକ କାରଣ ଏହା ମଧ୍ୟ ହୋଇଥାଏ ଯେ ଡିବେଟରେ ବ୍ୟକ୍ତିଗତ ଆକ୍ରମଣ  ବହୁତ ହୋଇଥାଏ ।

ଟିଭି ନ୍ୟୁଜ୍ ବିତର୍କରେ ଅନେକ ଥର ଏପରି ଦେଖିବାକୁ ମିଳିଛି ଯେ ପ୍ୟାନେଲିଷ୍ଟମାନେ ପରସ୍ପର ସହ ଜୋରଦାର ମୁହାଁମୁହିଁ ହୋଇଥାାଆନ୍ତି । କିଛି ଡିବେଟରେ ପ୍ୟାନେଲିଷ୍ଟ ଆଙ୍କରଙ୍କୁ ହିଁ ଗାଳି ଦେବାରେ ଲାଗିଥାଏ । କିଛି ଲାଇଭ ଡିବେଟରେ ଏପରି ହୋଇଛି ଯେଉଁଥିରେ ମହିଳା ପ୍ୟାନଲିଷ୍ଟଙ୍କୁ ଦୁର୍ବ୍ୟବହାର କରାଯାଇଛି । ଏହି ସବୁ ବିବାଦ ସତ୍ତ୍ୱେ ଟିଭି ନ୍ୟୁଜ୍ ଚ୍ୟାନେଲରେ ଲାଇଭ୍ ବିତର୍କ ଶୋ ନିୟମିତ ପ୍ରସାରିତ ହେଉଛି ।

ଅଧିକ ପଢ଼ନ୍ତୁ:-ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକାରୁ ବାଦ୍ ପଡ଼ିଲା ଭାରତ, ଏସିଆରେ ଏହି ଦେଶ ସବୁଠାରୁ ଶକ୍ତିଶାଳୀ

ଏକ ଜାତୀୟ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲର ଏକ ଲାଇଭ୍ ବିତର୍କ ଶୋ'ରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର (bjp Spokesperson sambit patra) ଓ କଂଗ୍ରେସ ମୁଖପାତ୍ର ରାଗିଣୀ ନାୟକ (congress Spokesperson ragini nayak) ମଧ୍ୟରେ ଜୋରଦାର ବିତର୍କ ହୋଇଯାଇଛି । ରାଗିଣୀ ନାୟକ ଏହା ମଧ୍ୟ କହିଛନ୍ତି ଯେ, ସମ୍ବିତ୍ର ପାତ୍ରଙ୍କ ମୁଣ୍ଡରେ ଗୋବର ଭରି ରହିଛି । ସମ୍ବିତ ପାତ୍ରଙ୍କ ତରଫରୁ ମଧ୍ୟ ରାଗିଣୀଙ୍କ ଉପରେ ଅନେକ ଆକ୍ରମଣ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ସର୍ବ ପ୍ରଥମେ ଏହି ୩୦ କୋଟି ଭାରତୀୟଙ୍କୁ ଦିଆଯିବ କୋରୋନା ଟୀକା, ଏନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

ଏହି ବିତର୍କ ଶୋ'ର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେଉଛି । ଏହି ଭିଡିଓ କ୍ଲିପରେ ରାଗିଣୀ ନାୟକ ସମ୍ବିତ ପାତ୍ରଙ୍କୁ କହିଛନ୍ତି ଯେ, ଆପଣଙ୍କୁ ଫରଫର ହେବାର ଅଛି ଫରଫର ହୁଅନ୍ତୁ । ଆପଣଙ୍କ ଫରଫର ଆପଣଙ୍କ ଅସ୍ଥିରତାକୁ ବ୍ୟକ୍ତ କରିଥାଏ । ଏହା ଉପରେ ସମ୍ବିତ ପାତ୍ର ନିଜକୁ ରକ୍ଷା କରୁଥିବା ବେଳେ ରାଗିଣୀ ଆକ୍ରମଣକାରୀ ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ବରୁଣ ଗାନ୍ଧୀଙ୍କୁ ଫୋନ କରି ଜଣେ ବ୍ୟକ୍ତି ମାଗିଲେ ସାହାଯ୍ୟ, ତ ସେ କହିଲେ-ମୁଁ ତୁମର ବାପାଙ୍କର ଚାକର ନୁହେଁ

କଂଗ୍ରେସ ମୁଖପାତ୍ର ରାଗିଣୀ ନାୟକ ସମ୍ବିତ ପାତ୍ରଙ୍କୁ କହିଛନ୍ତି ଯେ, ଆପଣ ଏତେ ଗୋମୂତ୍ର ପିଇ ନେଇଛନ୍ତି ଯେ କେବଳ ମୁଣ୍ଡରେ ଗୋବର ଭରି ରହିଛି । ଏବଂ ଆପଣଙ୍କ ପାଟିରୁ ମଧ୍ୟ ଗୋବର ବାହାରୁଛି । ଆପଣ ଥରେ ପଢ଼ି ଆସନ୍ତୁ ଏବଂ ସେତେବେଳେ ଆପଣ କଥା ହୁଅନ୍ତୁ । ରାଗିଣୀ ନାୟକ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ବିତର୍କର ଏହି କ୍ଲିପ୍ ସେୟାର କରିଛନ୍ତି ।

Trending news